ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ନୂଆ ମୋଡ଼
1 min read
ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ନୂଆ ମୋଡ଼ ଆସିଛି। ଚୋରି ଉଦ୍ଦେଶ୍ୟରେ ଅଭିଯୁକ୍ତ ଘରେ ପଶିଥିବା ଏବଂ ପରେ ଯୁବତୀଙ୍କୁ ଧମକ ଦେଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି। ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ପୁଲିସ କମିଶନରଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଏକ ପିସ୍ତଲ ସଦୃଶ ଲାଇଟର ଧରି ଘରେ ପ୍ରବେଶ କରିଥିଲା। ଘରେ କେହି ନଥିବା ଦେଖି ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା କୁହାଯାଇଛି। ଯୁବତୀ ଲାଇଟରଟିକୁ ପିସ୍ତଲ ବୋଲି ଭାବି ଭୟଭୀତ ହୋଇପଡ଼ିଥିଲେ।ଘଟଣା ପରେ ଅଭିଯୁକ୍ତ ପ୍ରଥମେ ନୟାପଲ୍ଲୀରୁ ବସ୍ ଯୋଗେ ସିଆରପି ଛକ ଯାଇଥିଲା। ସେଠାରୁ ଅଟୋ ଯୋଗେ ଭରତପୁର ଯାଇଥିବା ପୁଲିସ କହିଛି। ଭରତପୁରରେ ସେ ଏକ ନୂଆ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା।


