ନେପାଳ ବିମାନ ଦୁର୍ଘଟଣା
1 min readତ୍ରିଭୁବନ ବିମାନବନ୍ଦର କାର୍ଯ୍ୟାଳୟ ଅନୁଯାୟୀ ସୌର୍ଯ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୯ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ବିମାନରେ ପାଇଲଟଙ୍କ ସମେତ ୧୯ ଜଣ ଯାତ୍ରୀ ଥିଲେ। ପାଇଲଟ ମନୀଷ ରତ୍ନ ଶାକ୍ୟଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସଙ୍ଗେ ସଙ୍ଗେ ତାଙ୍କୁ କେଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୌର୍ଯ୍ୟ ଏୟାରଲାଇନ୍ସ ଇତିମଧ୍ୟରେ ମୃତ ବିମାନଯାତ୍ରୀଙ୍କ ତାଲିକା ପ୍ରକାଶ କରିଛି। ସେହି
ଯାତ୍ରୀମାନେ ହେଉଛନ୍ତି –
୧. ଅମିତ ମନ ମହାରଜାନ (ନେପାଳୀ)
୨. ସାଗର ଆଚାର୍ଯ୍ୟ (ନେପାଳୀ)
୩. ଦିଲୀପ ବର୍ମା (ନେପାଳୀ)
୪. ମନୁ ରାଜ ଶର୍ମା (ନେପାଳୀ)
୫. ଅଶ୍ଵିନ ନିରାଉଲ (ନେପାଳୀ)
୬. ସୂଦୀପ ଲାଲ ଯୋଶୀ (ନେପାଳୀ )
୭. ସର୍ବେଶ ମରସାଇଁ (ନେପାଳୀ)
୮. ଶ୍ୟାମ ଵିନ୍ଦୁକର (ନେପାଳୀ)
୯. ନବ ରାଜ ଆଲେ (ନେପାଳୀ)
୧୦. ରାଜା ରାମ ଆଚାର୍ଯ୍ୟ (ନେପାଳୀ)
୧୧. ପ୍ରିଜ଼ା ଖାତି ୱାଡା (ନେପାଳୀ)
୧୨. ଅଧିରାଜ ଶର୍ମା (ଶିଶୁ, ନେପାଳୀ)
୧୩. ଉଦ୍ଧବ ପୁରୀ (ନେପାଳୀ)
୧୪. ଯଜ୍ଞ ପିଡି ପୌଡ଼ୱାଲ (ନେପାଳୀ)
୧୫. ସନ୍ତୋଷ ମାହାତୋ (ନେପାଳୀ)
୧୬. ପୁଣ୍ୟ ରତ୍ନା ସାହି (ନେପାଳୀ)
୧୭. ଆରେଫ ରେଦା (ୟେମେନ)
୧୮. ସୁଶାନ୍ତ କଟୁୱାଲ (ସହ-ପାଇଲଟ)
ଇତିମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ଗୃହମନ୍ତ୍ରୀ ରମେଶ ଲେଖକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ସ୍ଥିତି ପଚାରି ବୁଝିଥିଲେ। ନେପାଳ ବିମାନ ଚଳାଚଳ ପ୍ରାଧିକରଣର ଅଧିକାରୀଙ୍କୁ ଭେଟିବା ପରେ ଓଲି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ଦୁର୍ଘଟଣା ପରେ ଗୃହମନ୍ତ୍ରୀ ଲେଖାକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।ଏୟାରପୋର୍ଟ ସିକ୍ୟୁରିଟି ମୁଖ୍ୟ ଡିଆଇଜି ରାମ ଦତ୍ତ ଯୋଶୀଙ୍କ ସୂଚନା ଅନୁଯାୟୀ, ବିମାନରେ ଥିବା ୧୯ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ଘଟିଛି।