ବରଗଡ଼ରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ
1 min read
ବରଗଡ଼: ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ମେ’ ୧୦ ତାରିଖରେ ବରଗଡ଼ ଜିଲାରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଏହା ବରଗଡ଼ କୋର୍ଟ ସମେତ ପଦ୍ମପୁର, ସୋହେଲା, ବରପାଲି, ଭେଡେନ, ଅତାବିରା ଓ ବିଜେପୁର କୋର୍ଟ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଲୋକ ଅଦାଲତରେ ଅସହାୟ ଗରିବ ଲୋକଙ୍କ ମୋକଦ୍ଦମାର ନ୍ୟାୟ ବିନା ମୂଲ୍ୟରେ ପ୍ରଦାନ କରାଯିବ । ଅଧିକରୁ ଅଧିକ ଲୋକ ସେମାନଙ୍କର ମୋକଦ୍ଦମାକୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପଞ୍ଜୀକରଣ କରାଇ ଏହାର ସୁବିଧା ନେବାକୁ ଜିଲା ଆଇନସେବା ପ୍ରାଧିକରଣ ସଚିବ ଅନୁରୋଧ କରିଛନ୍ତି । ସେହିଦିନ ସକାଳ ୭ ଘଟିକାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ବରଗଡ଼ ଜିଲାର ବିଭିନ୍ନ କୋର୍ଟ ପରିସରରେ ଆରମ୍ଭ ହେବ । ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ ଓ ଫୈାଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ, ଚାକିରି ସମ୍ବନ୍ଧୀୟ, ଅବସରକାଳୀନ ପ୍ରାପ୍ୟ ମାମଲା ଓ ରାଜସ୍ବ ମାମଲାର ଆପୋସ ସହମତିରେ ସମାଧାନ କରାଯିବ ବୋଲି ସୂଚନା ଦିଆଯାଇଛି ।