July 27, 2024

ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିମାନେ ପଡିଲେ ଚାପରେ

1 min read

burn - 1

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି ପରାଜୟ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଦଳର ସମସ୍ତ ଖେଳାଳିଙ୍କ ଉପରେ ଭାରି ଜରିମାନା ଲଗାଇଛି। ଅଧିନାୟକ ହାର୍ଦ୍ଦିକଙ୍କ ଗୋଟିଏ ଭୁଲ ଯୋଗୁ ଏହି ଜରିମାନା ଲାଗୁ କରାଯାଇଛି।

ବାସ୍ତବରେ, ସ୍ଲୋ ଓଭର ରେଟ୍‌ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଜରିମାନା ଲଗାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଦଳ ୨୦ ଓଭର ଠିକ୍‌ ସମୟରେ ପୂରଣ କରିପାରି ନ ଥିଲା। ଏହି ସିଜିନ୍‌ରେ ଏହା ଦ୍ୱିତୀୟ ଥର ପାଇଁ ଘଟିଛି। ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ ଆଇପିଏଲ ଆଚରଣ ବିଧି ଅନୁଯାୟୀ ଏହା ତାଙ୍କ ଦଳର ଦ୍ୱିତୀୟ ଅପରାଧ, ସ୍ଲୋ ଓଭର ରେଟ୍‌ ସହ ଜଡିତ ଏହି କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା ହୋଇଛି।

ଏଥର ମାମଲା କେବଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ସୀମିତ ନ ଥିଲା ବରଂ ଦଳର ଖେଳାଳିମାନଙ୍କ ଉପରେ ମଧ୍ୟ ଜରିମାନା କରାଯାଇଛି। ସ୍ଲୋ ଓଭର ରେଟ୍‌ର ଅପରାଧ ହେତୁ, ଇମ୍ପାକ୍ଟ ପ୍ଲେୟାର ସମେତ ଦଳର ସମସ୍ତ ଖେଳାଳିଙ୍କୁ ପ୍ରତ୍ୟେକ ୬-୬ଲକ୍ଷ ଟଙ୍କା ଲେଖାଏ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି।

Leave a Reply

Your email address will not be published. Required fields are marked *