କ୍ରୀଡ଼ା ମହାକୁମ୍ଭ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ -୨୦୨୮ରେ କ୍ରିକେଟକୁ ସ୍ଥାନ ମିଳିଛି
1 min read
ନୂଆଦିଲ୍ଲୀ : କ୍ରୀଡ଼ା ମହାକୁମ୍ଭ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ -୨୦୨୮ରେ କ୍ରିକେଟକୁ ସ୍ଥାନ ମିଳିଛି। ଟି୨୦ ଫର୍ମାଟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଉଭୟ ବର୍ଗରେ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ। ମହିଳା ବର୍ଗରେ ଦଳ ଯୋଗ୍ୟତା ନେଇ ପୂର୍ବରୁ ରହିଥିବା ନିୟମରେ ଆଇସିସି ସାମାନ୍ୟ ପରିବର୍ତ୍ତନ କରିଛି। ଆୟୋଜକ ଭାବେ ଆମେରିକା ସିଧାସଳଖ ଯୋଗ୍ୟତା ହାସଲ କରିବାର ନିୟମ ରହିଥିଲା। କିନ୍ତୁ ଆଇସିସି ପକ୍ଷରୁ ପ୍ରଣୟନ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଆଇସିସି ମାନ୍ୟତା ଆଧାରରେ ଶୀର୍ଷ ୪ଟି ସ୍ଥାନରେ ଥିବା ଦଳଙ୍କୁ ୨୦୨୮ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ ଲାଗି ସିଧାସଳଖ ଯୋଗ୍ୟତା ସୁଯୋଗ ମିିଳିଛି। ମହିଳାରେ ଭାରତ, ଗ୍ରେଟ୍ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସିଧାସଳଖ ଯୋଗ୍ୟତା ହାସଲ କରିସାରିଛନ୍ତି। ଅନ୍ୟ ଦୁଇଟି ଦଳ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ପଡ଼ିବ। ଆମେରିକାକୁ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଖେଳିବାକୁ ପଡ଼ିବ। ପୁରୁଷରେ ଆମେରିକା ସହ ଭାରତ, ଗ୍ରେଟ୍ ବ୍ରିଟେନ,ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଯୋଗ୍ୟତା ହାସଲ କରିଥିବାବେଳେ ଅନ୍ୟ ଏକ ଦଳ ଯୋଗ୍ୟତାପର୍ଯ୍ୟାୟରୁ ଯୋଗ୍ୟତା ହାସଲ କରିବେ।
ସେହିପରି ୨୦୨୭ ଫେବୃଆରୀରେ ପ୍ରଥମ ଆଇସିସି ମହିଳା ଚମ୍ପିଆନ୍ସ ଟ୍ରଫି ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ୨୦୨୮ ମହିଳା ଟି୨୦ ବିଶ୍ବକପରେ ୧୨ଟି ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ସେପ୍ଟେମ୍ବର ୭ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ପାକିସ୍ତାନରେ ଆୟୋଜିତ ହେବ। ପୁୁରୁଷ ଟି୨୦ ବିଶ୍ବକପ -୨୦୨୮ ଅକ୍ଟୋବର ୧୨ରୁ ନଭେମ୍ବର ୧୨ ପଯ୍ୟନ୍ତ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆୟୋଜିତ ହେବ।ଏଥିରେ ୨୦ଟି ଦଳ ଅଂଶଗ୍ରହଣ କରିବେ। ୨୦୨୯ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଜୁନ୍ ୮ରୁ ୧୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଆୟୋଜିତ ହେବ। ୨୦୩୦ ପୁରୁଷ ଟି୨୦ ବିଶ୍ବକପ ଜୁଲାଇ -ଅଗଷ୍ଟକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ, ଆର୍ୟରଲାଣ୍ଡ ଓ ସ୍କଟଲାଣ୍ଡରେ ଖେଳାଯିବ।


