January 19, 2026

ଭଦ୍ରକ ଜିଲା ଆଗରପଡା ରାମଗଡ଼ପଦା ଦୋଳ ମଣ୍ଡପରେ ଶନିବାର ବିଜେ ହୋଇଛି ୫୦ରୁ ଊର୍ଦ୍ଧ୍ୱ ବିମାନ

1 min read

ଭଦ୍ରକ: ଭଦ୍ରକ ଜିଲା ଆଗରପଡା ରାମଗଡ଼ପଦା ଦୋଳ ମଣ୍ଡପରେ ଶନିବାର ବିଜେ ହୋଇଛି ୫୦ରୁ ଊର୍ଦ୍ଧ୍ୱ ବିମାନ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଛି ବହୁ ପୁରାତନ ପ୍ରସିଦ୍ଧ ରାମ ରହିମ ମେଳନ। ଅଗରପଡା ଅଞ୍ଚଳର ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟର ଲୋକେ ଏହି ମେଳନ ଓ ଠାକୁରଙ୍କ ବିମାନ ଶୋଭାଯାତ୍ରାରେ ସାମିଲ ହେଉ ଥିବାରୁ ରାମ ରହିମ ମେଳନ ଭାବରେ ପ୍ରସିଦ୍ଧ ଅଟେ । ରାତି ୩ ଟାରେ ବିମାନ ଗୁଡିକ ରଜାଗଡ଼ ଉଆସରୁ ବାଣ ରୋଷଣୀ ସହ ଶୋଭାଯାତ୍ରାରେ ରାମଗଡ଼ ମେଳନ ପଡିଆରେ ପହଞ୍ଚିଥିଲେ । ପରେ ଠାକୁରଙ୍କୁ ଅଭିର ଲାଗି କରାଯାଇ ଭୋଗ ଲାଗିଥିଲା । ଶ୍ରଦ୍ଧାଳୁମାନେ ନିଜ ନିଜ ମଧ୍ୟରେ ଅଭିର ହୋଲି ଖେଳିଥିଲେ। ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ଘରକରଣା ସାମଗ୍ରୀ ଦୋକାନ ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ଖୋଲା ଯାଇଛି । ୨ ଦିନ ଧରି ଏହା ଚାଲିବ ।