January 17, 2025

ବାଣିଜ୍ୟକର ବିଭାଗ ପକ୍ଷରୁ ୧୫ କିଲୋଗ୍ରାମରୁ ଅଧିକ ସୁନା ଗହଣା ଜବତ

1 min read

ବାରିପଦା: ମୟୂରଭଞ୍ଜର ବାଣିଜ୍ୟ କର ବିଭାଗ ପକ୍ଷରୁ ୧୫ କିଲୋଗ୍ରାମରୁ ଅଧିକ ସୁନା ଗହଣା ଥିବା ସିକ୍ୱଏଲ କମ୍ପାନିର ଏକ ଲଜିଷ୍ଟିକ ଭ୍ୟାନକୁ ଜବତ କରାଯାଇଥିବା କଥା ବାଣିଜ୍ୟ କର ବିଭାଗର ଡେପୁଟି କମିଶନର ସୂଚନା ଦେଇଛନ୍ତି। ଏହି ଗାଡ଼ିରେ ମୁମ୍ବାଇ, କୋଲକାତା, ବାଲେଶ୍ଵର ଓ ବାରିପଦାର କିଛି ଗହଣା ବ୍ୟବସାୟୀଙ୍କ ନାମରେ ବିଲ୍ ଥିବାରୁ ସେଥିରେ ସନ୍ଦେହ କରାଯାଉଥିବା ବାଣିଜ୍ୟ କର ଅଧିକାରୀ କହିଛନ୍ତି।