November 26, 2026

ରିଲିଜ୍‌ ପୂର୍ବରୁ ରେକର୍ଡ କଲା ‘ଇଠା’

1 min read

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ଈଠା’ ରିଲିଜ୍‌ ପୂର୍ବରୁ ଏକ ବଡ଼ ସଫଳତା ହାସଲ କରିଛି। ଫିଲ୍ମର ପ୍ରଥମ ଗୀତ ‘ଜି ଜି ରେ ଜି’ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି।
ପୁଣେର ଜିଲ ୟୁନିଭର୍ସିଟିରେ ଆୟୋଜିତ ଏକ ସ୍ବତନ୍ତ୍ର ପ୍ରମୋଶନାଲ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଏକାଠି ହୋଇ ‘ଜି ଜି ରେ ଜି’ ଗୀତର ଲାବଣୀ ହୁକ୍‌ ଷ୍ଟେପ୍‌ ପ୍ରଦର୍ଶନ କରିଥିଲେ। ପ୍ରାୟ ୧ ମିନିଟ୍‌ ଧରି ଚାଲିଥିବା ଏହି ସାମୂହିକ ନୃତ୍ୟ ପ୍ରଦର୍ଶନ ଏକ ନୂଆ କୀର୍ତ୍ତିମାନ ସୃଷ୍ଟିକରିଛି।
ଏସିଆ ବୁକ୍‌ ଅଫ୍‌ ରେକଡର୍‌ସର ଅଧିକାରୀମାନେ ଏହି ରେକର୍ଡ ଘୋଷଣାକରି ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏଶନ୍ସ ମହାରାଷ୍ଟ୍ରକୁ ସମ୍ମାନିତ କରିଥିଲେ। ଏଥିସହ ଶ୍ରଦ୍ଧା, ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ଓ ଫିଲ୍ମ ଟିମ୍‌କୁ ସାର୍ଟିଫିକେଟ ସହ ସ୍ବର୍ଣ୍ଣ୍‌ପଦକ ପ୍ରଦାନ କରାଯାଇଥିଲା। ଏହି ଫିଲ୍ମଟି ମହାରାଷ୍ଟ୍ରର ପ୍ରସିଦ୍ଧ ତମାଶା ଓ ଲାବଣୀ କଳାକାର ବିଠାବାଈ ନାରାୟଣଗାଓଁ କରଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ