July 27, 2024

ମୋଦୀ ଆଜି ବାରଣାସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାରଣାସୀ ଆସନରେ ମୋଦୀ ଲଗାତାର ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ମୋଦୀଙ୍କ ସହ ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଥିଲେ। ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ‘ମୁହୂର୍ତ୍ତ’ ଠିକ୍ କରିଥିଲେ। ନାମାଙ୍କନ ଦାଖଲ କରି ମୋଦୀ ଜିଲ୍ଲାପାଳଙ୍କ ଅଫିସ ଛାଡ଼ିବା ସମୟରେ ତାଙ୍କ ସହ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏର ବରିଷ୍ଠ ନେତାମାନେ ଶକ୍ତି ପ୍ରଦର୍ଶନରେ ସାମିଲ ହୋଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏଲଜେପି-ରାମ ବିଳାସ ମୁଖ୍ୟ ଚିରାଗ ପାଶ୍ବାନ, ଜନ ସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ମୁଖ୍ୟ ଉପେନ୍ଦ୍ର କୁଶୱାହା ମୋଦୀଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ। ମୋଦୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗଙ୍ଗା ନଦୀ କୂଳରେ ଦଶାଶ୍ବମେଧ ଘାଟରେ ପୂଜାର୍ଚ୍ଚନା କରିଥିଲେ। ମୋଦୀ ମଧ୍ୟ କାଳ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମୋଦୀ ଲଗାତାର ତୃତୀୟ ଥର ପାଇଁ ବାରଣାସୀ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି। ୧୯୯୧ରୁ ଏହା ବିଜେପି ଗଡ଼ ହୋଇ ରହିଛି। କେବଳ କଂଗ୍ରେସର ଆର୍କେ ମିଶ୍ର ୨୦୦୪ରେ ଏହି ଆସନରେ ବିଜେପିର ରେକର୍ଡ ଭାଙ୍ଗି ଦେଇଥିଲଲେ।

Leave a Reply

Your email address will not be published. Required fields are marked *