August 13, 2026

ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ନାମରେ ଲୁକ ଆଉଟ ସର୍କୁଲାର(ଏଲଓସି) ଜାରି

1 min read

ମୁମ୍ବାଇ: ୬୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ନାମରେ ଲୁକ ଆଉଟ ସର୍କୁଲାର(ଏଲଓସି) ଜାରି କରାଯାଇଛି। ଏହି ଦମ୍ପତି ବାରମ୍ବାର ବିଦେଶ ଗସ୍ତ କରୁଥିବାରୁ ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ସେମାନଙ୍କ ନାମରେ ଏଲଓସି ଜାରି କରାଯାଇଛି।

ଅଭିଯୋଗ ଅନୁସାରେ, ଶିଳ୍ପା ଏବଂ ରାଜ ଜଣେ ବ୍ୟବସାୟୀ ଦୀପକ କୋଠାରୀ(୬୦)ଙ୍କ ସହିତ ଋଣ ଏବଂ ନିବେଶ ଡିଲ କରିଥିଲେ। ଯେଉଁଥିରେ ସେମାନେ ଉକ୍ତ ବ୍ୟବସାୟୀଙ୍କୁ ୬୦ କୋଟି ଟଙ୍କା ଠକିଥିବା ନେଇ ଗତ ଅଗଷ୍ଟ ୧୪ ତାରିଖରେ ଜୁହୁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଠକେଇ ପରିମାଣ ୧୦ କୋଟିରୁ ଅଧିକ ହୋଇଥିବାରୁ ମାମଲା ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରାଯାଇଥିଲା। ଦୀପକଙ୍କର ଏକ ଆର୍ଥିକ ସଂସ୍ଥା ରହିଛି।