November 14, 2026

ବଲାଙ୍ଗିରଠାରେ ଆୟୋଜିତ ରାଜ୍ୟସ୍ତରୀୟ ପିଏମ୍‌ ଆବାସ ଯୋଜନାର ଗୃହ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ

1 min read

ବଲାଙ୍ଗୀର,୧୪।୧୧: ଜଣେ ବ୍ୟକ୍ତି ନିଜ ଜୀବନକାଳରେ ଅନ୍ତତଃ ଗୋଟିଏ ପକ୍କା ଘରର ସ୍ୱପ୍ନ ଦେଖିଥାଏ। ହେଲେ ଆର୍ଥିକ ଅନଟନ ଯୋଗୁ ଗରିବ ଲୋକଟିଏ ଏହି ସ୍ୱପ୍ନକୁ ପୂରଣ କରିବାରେ ସମର୍ଥ ହୋଇପାରେ ନାହିଁ। ଦୀର୍ଘବର୍ଷ ଧରି ଗରିବ ହଟାଓ ଭଳି ସ୍ଲୋଗାନ ଦିଆଯାଇଥିଲେ ମଧ୍ୟ ଗରିବଙ୍କ ପକ୍କା ଘର ସ୍ୱପ୍ନ ପୂରଣ ହେବା ଜରୁରୀ। ତେଣୁ ପ୍ରତ୍ୟେକ ଯୋଗ୍ୟ ଗରିବ ପରିବାରକୁ ପକ୍କା ଘର ଯୋଗାଇଦେବା ଆମ ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବଲାଙ୍ଗିରଠାରେ ଆୟୋଜିତ ରାଜ୍ୟସ୍ତରୀୟ ପିଏମ୍‌ ଆବାସ ଯୋଜନାର ଗୃହ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସେ କହିଥିଲେ, ପକ୍କା ଘରଟିଏ ପ୍ରତ୍ୟେକ ପରିବାରର ମୌଳିକ ଆବଶ୍ୟକତା ଓ ଏହା ଲୋକଙ୍କ ପାଇଁ କେବଳ ଏକ ବାସସ୍ଥାନ ନୁହେଁ, ବରଂ ସୁରକ୍ଷା ଓ ସମ୍ମାନର ପ୍ରତୀକ। ହେଲେ ଅର୍ଥାଭାବ ଯୋଗୁ ଅନେକ ଗରିବ ପରିବାର ନିଜ ପକ୍କା ଘର ନିର୍ମାଣ କରିବାର ସାମର୍ଥ୍ୟ ରଖିପାରନ୍ତି ନାହିଁ।

ଏଭଳି ପରିବାରଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ପିଏମ୍‌ ଆବାସ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବା ସହ ସେମାନଙ୍କୁ ସମ୍ମାନଜନକ ଜୀବନଯାପନର ସୁଯୋଗ ଦେବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଗରିବଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇଦେବା ଲକ୍ଷ୍ୟରେ ଆବାସ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରୁ ସ୍ପଷ୍ଟ ହୋଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ଓ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।