April 21, 2025

ଆଜିଠୁ ଜନତା ମୈଦାନରେ ଜମିବ ତୋଷାଳି ମେଳା ଉଦ୍‌ଘାଟନ

1 min read

ଭୁବନେଶ୍ଵର: ଆଜି ଜନତା ମୈଦାନରେ ଜମିବ ତୋଷାଳି ମେଳା। ଓଡିଶା ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ୧୯ତମ ତୋଷାଳି ହସ୍ତଶିଳ୍ପ ମେଳା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଳା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦଘାଟନ କରିବେ। ଚଳିତ ବର୍ଷ ମେଳାରେ ୬୫୦ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି। ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିବ। ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ୍ ପାଭିଲିଅନ୍ ଶିଳ୍ପ ସୃଜନୀ । ଯାହା ମେଳାର ମୁଖ୍ୟ ଆକର୍ଷଣ ସାଜିବ। ଚଳିତବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ହେବାର ଆଶା କରାଯାଉଛି। ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମେଳା ପରିସରରେ ସମସ୍ତ ବ୍ୟବସ୍ଥା ଯେପରିକି ନିରାପତ୍ତା ସହାୟତା, ଦମକଳବାହିନୀ, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ , ଏଟିଏମ୍ ଆଦିର ବ୍ୟବସ୍ଥା କରାଯାଇଛି। ଏପରିକି ବୟସ୍କ ତଥା ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଛି। ମା ଏବଂ ଶିଶୁଙ୍କ ପାଇଁ ଏକ ସ୍ଵତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଛି। ଏଥର ମେଳାରେ ୨୮ କୋଟି ଟଙ୍କା ବାଣିଜ୍ୟ ହେବାର ଲକ୍ଷ୍ୟ ରଖାଯାଇଛି।