November 9, 2025

ନଭେମ୍ବର ମାସରେ ଭାରତୀୟ ପାଣିପାଗ ବିଭାଗର ସୂଚନା

1 min read

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପଶ୍ଚିମ ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ ନଭେମ୍ବର ମାସରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) କହିଛି। ତଥାପି, ଉତ୍ତର-ପଶ୍ଚିମର କିଛି ଅଞ୍ଚଳ ବ୍ୟତୀତ ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି।
ପୂର୍ବାନୁମାନ କରିଛି ଯେ, ନଭେମ୍ବରରେ ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ, କିନ୍ତୁ ପଶ୍ଚିମ ହିମାଳୟ ଅଞ୍ଚଳ, ହିମାଳୟର ପାଦଦେଶ, ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଂଶ ଏବଂ ଦକ୍ଷିଣ ଉପଦ୍ୱୀପର କିଛି ଅଂଶରେ ଏହା ସ୍ୱାଭାବିକଠାରୁ ଅଧିକ ରହିବ।