ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭାରତୀୟ ହକି ଦଳର ଖେଳାଳି
1 min read
CREATOR: gd-jpeg v1.0 (using IJG JPEG v62), quality = 82
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳର ଖେଳାଳି ଗୁରୁବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏଠାରେ ସେ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅଲିମ୍ପିକ୍ସରେ ସଫଳତା ପାଇଁ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ପଟ୍ଟନାୟକ।
ଗୁରୁବାର ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କ ସହ ଦଳର ଖେଳାଳିମାନେ ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ପଟ୍ଟନାୟକ ଖେଳାଳିମାନଙ୍କୁ ଉପଢ଼ୌକନ ଓ ରୂପା ତାରାକସିରେ ନିର୍ମିତ କୋଣାର୍କ ଚକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଠାରେ ଖେଳାଳିମାନେ ନିଜ ସ୍ଵାକ୍ଷର କରିଥିବା ଜର୍ସି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ନବୀନ ପଟ୍ଟନାୟକ ଖେଳାଳିମାନଙ୍କୁ ଶୁଭକାମନା ଜଣାଇବା ସହ ଆହୁରି ଭଲ ପ୍ରଦର୍ଶନ କରି ଦେଶର ଗୌରବ ବଢ଼ାଇବାକୁ ପରାମର୍ଶ ଦେଇଥିଲେ।
ଭାରତୀୟ ହକି ଦଳ ସବୁବେଳେ ଓଡ଼ିଶା ଓ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ ରହିବ ବୋଲି ହକି ଦଳର ଖେଳାଳିମାନେ କହିଥିଲେ। ଓଡ଼ିଶାର ସହଯୋଗ ଓ ସମର୍ଥନ ବଳରେ ଭାରତୀୟ ହକି ନିଜର ପୁରୁଣା ଗୌରବ ଫେରି ପାଇଛି ବୋଲି ସେମାନେ ପ୍ରକାଶ କରିଥିଲେ।