September 12, 2024

ସିମବକ୍ସ ଠାବ ଘଟଣାର ବଡ଼ ଖୁଲାସା

1 min read

ଭୁବନେଶ୍ୱର : ସିମବକ୍ସ ଠାବ ଘଟଣାର ବଡ଼ ଖୁଲାସା । କମିଶନରେଟ ପୋଲିସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଆଜି ସରୁଛି ଅଭିଯୁକ୍ତ ରାଜୁ ମଣ୍ଡଳର ରିମାଣ୍ଡ । ୫ ଦିନିଆ ରିମାଣ୍ଡରେ ରାଜୁକୁ ନେଇ ବହୁ ଗୁରୁତ୍ତ୍ୱପୂର୍ଣ ତଥ୍ୟ ହାସଲ କରିଛି କମିଶନରେଟ ପୋଲିସ | ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା । ଅଭିଯୁକ୍ତକୁ NIA ର ଦୁଇ ଜଣିଆ ଟିମ ପଚାରାଉଚରା ସମୟରେ ମାଷ୍ଟର ମାଇଣ୍ଡ ଆସାଦୂର ସମ୍ପର୍କରେ ସାଙ୍ଘାତିକ ତଥ୍ୟ ହାତରେ ଲାଗିଛି । ରାଜୁର ସୂଚନା ଅନୁସାରେ ସିମ ବକ୍ସ ଘଟଣାର ମାଷ୍ଟର ମାଇଣ୍ଡ ଆସାଦୁର ଜମାନର ଫଟୋ ଜାରି କଲା କମିଶନରେଟ ପୋଲିସ । ଆସାଦୁରର ଫାଇଲ ଫଟୋ ଅନୁସାରେ ତାକୁ ଧରିବା ପାଇଁ ଖୁବଶୀଘ୍ର ସିବିଆଇ ଓ ଇଣ୍ଟରନେପୋଲର ସାହାଯ୍ୟ ନେବ କମିଶନରେଟ ପୋଲିସ ।

ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସରେ ଲାଗିଥିଲା ସ୍କାର୍ଟ ସୁଇଚ୍‌। ଆସାଦୁର୍‌ ଢାକାରେ ରହି ଏହାକୁ କଣ୍ଟ୍ରୋଲ କରୁଥିଲା। ଢାକ୍କାରେ ରହି ସ୍ମାର୍ଟ ସୁଇଚ ଜରିଆରେ ଆସାଦୁର ଜମାନ ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସକୁ ଅପରେଟ୍‌ କରିବା ସହ କଣ୍ଟ୍ରୋଲ କରୁଥିଲା। ଢାକାରେ ଥିବା ଫ୍ୟାସନ ଟେକ୍ନୋଲୋଜି ଇଂଷ୍ଟିଚ୍ୟୁଟରୁ ପାଠ ପଢ଼ିଥିଲା ଆସାଦୁର । ଆଇକୋନ ଟେକ୍ନୋଲୋଜି ନାମକ ଏକ ସଫ୍ଟଓୟାର କଂପାନୀ ଚଳାଇଥିଲା । ଆସାଦୁର ଭାରତରେ ୨ ମାସ ଥିଲା । ସେ ଅଗରତାଲା ବାଟେ ଆସି ପଶ୍ଚିମବଙ୍ଗ ବାଟେ ଯାଇଛି । ତେବେ ସେ ଓଡ଼ିଶାରେ କେତେ ଦିନ ରହିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିବା କହିଛନ୍ତି କମିଶନର।

ରାଜୁ ମଣ୍ଡଳକୁ NIA ଜେରା ବେଳେ ମିଳିଲା ଆତଙ୍କି ଲିଙ୍କ ନେଇ ସୂଚନା ମିଳିଛି । ଏପରିକି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନ ଙ୍କୁ ମଧ୍ୟ ଏହି ସିମବକ୍ସରୁ କଲ ଯାଇଛି । ଆଉ କିଛି ଆକ୍ଟିଭ ସିମ ର ସିଡ଼ିଆର ରିପୋର୍ଟ ମଧ୍ୟ ଖୁବଶୀଘ୍ର କମିଶନରେଟ ପୋଲିସର ହସ୍ତଗତ ହେବ । ବାଂଲାଦେଶ ସହିତ ପାକିସ୍ତାନ ଓ ଚାଇନା କୁ କଲ ଯାଉଥିବା ପ୍ରମାଣ ମିଳିଛି । ରାଜୁର ଆକାଉଣ୍ଟ ଷ୍ଟେଟମେଣ୍ଟ ପୋଲିସ ହାତରେ ଲାଗିଛି । ରାଜୁର ରିମାଣ୍ଡ ଆଜି ଶେଷ ହେବା ପରେ ପୁଣି ଥରେ ୭ ଦିନିଆ ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା

Leave a Reply

Your email address will not be published. Required fields are marked *