ଭାରତ ୨-୧ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି
1 min read
କାକାମିଘାରା: ଜାପାନର କାକାମିଘାରାଠାରେ ଆୟୋଜିତ ୧୮ ବର୍ଷରୁ କମ୍ଏସିଆ କପ୍ରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଭାରତ। ଉଭୟ ବାଳକ ଓ ବାଳିକା ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି।ଶନିବାର ପୁଲ୍‘ଏ’ ମ୍ୟାଚ୍ରେ ଭାରତ ୨-୧ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ନୌସିନ୍ ନାଜ୍ ଦୁଇଟି ଗୋଲ୍ ଦେଇଥିଲେ। ମ୍ୟାଚ୍ର ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ୧୯ ତମ ମିନିଟ୍ରେ ନୌସିନ୍ ଏକ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନ କରିବାକୁ ସଫଳ ହୋଇଥିଲେ।


