December 14, 2025

ଆରପାରିରେ ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

1 min read

ଭୁବନେଶ୍ଵର : ସବୁଦିନ ପାଇଁ ନିରବିଗଲା ସ୍ଵର। ଆରପାରିରେ ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୩୫ ବର୍ଷ ବୟସରେ ସେ ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି। ଲିଭର ଏବଂ କିଡନି ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ହ୍ୟୁମାନ। ତାଙ୍କର ଏକାଧିକ ଅଙ୍ଗ କାମ କରୁନଥିଲା।

୧୯୯୦ ମସିହାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଡେଙ୍ଗ ଗାଁରେ ହ୍ୟୁମାନ ସାଗର ଜନ୍ମଗ୍ରହଣ କରିଥିଲେ। ରିଅଲିଟି ସୋ ‘ଭଏସ୍ ଅଫ୍ ଓଡ଼ିଶା’ରେ ତାଙ୍କ ପ୍ରତିଭା ଲୋକଲୋଚନକୁ ଆସିଥିଲା। ଏହାପରେ ଆଉ ସେ ପଛକୁ ଫେରି ଚାହିଁ ନଥିଲେ।

କମ୍ ବୟସରୁ ଅନେକ ସଫଳତା ସାଉଣ୍ଟି ଥିଲେ ହ୍ୟୁମାନ ସାଗର। କିଛି ବର୍ଷ ମଧ୍ୟରେ ସେ ପାଲଟି ଯାଇଥିଲେ ଓଡ଼ିଶା ସଙ୍ଗୀତ ଜଗତର ଅପ୍ରତିଦ୍ଵନ୍ଦ୍ଵୀ ଗାୟକ। ତାଙ୍କ ଅକାଳ ବିୟୋଗ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।