ହ୍ୟୁମାନ ଲାଇବ୍ରେରୀ
1 min read
ଡେନ୍ମାର୍କ: ସାଧାରଣତଃ ଲାଇବ୍ରେରୀରେ ବହି ମିଳିଥାଏ ପଢିବାକୁ, ହେଲେ ଡେନ୍ମାର୍କରେ ରହିଛି ହୁ୍ୟମାନ ଲାଇବ୍ରେରୀ । ଏହି ଲାଇବ୍ରେରୀରେ ବହି ନୁହେଁ ବରଂ ମଣିଷମାନେ ମିଳନ୍ତି । ଏଠାରେ ଆପଣ ବହି ଭଳି ମଣିଷଙ୍କ ସହ ସମୟ ବିତାଇବାକୁ ପାଇବେ । ଏଠାରେ ଆପଣଙ୍କ ଜଣେ ମଣିଷଙ୍କ ସହିତ କଥା ବାର୍ତା ହୋଇ ସମୟ ବିତାଇବାର ସୁଯୋଗ ଦିଆଯାଇଥାଏ । ଆପଣ ଏହି ମଣିଷଙ୍କ ସହିତ ବିଭିନ୍ନ ବିଷୟରେ ଚର୍ଚ୍ଚା କରିପାରିବେ । ୨୦୦୦ ମସିହାରେ ଡେନ୍ମାର୍କରେ ଆରମ୍ଭ ହୋଇଥିବା ଏହି ଲାଇବ୍ରେରୀ ବର୍ତ୍ତମାନ ପାଖାପାଖି ୮୦ଟି ଦେଶରେ ଆରମ୍ଭ ହୋଇଛି । ଲୋକମାନେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଲାଇବ୍ରେରୀରେ ବହୁ ଗୁଣୀ ଜ୍ଞାନୀ ବ୍ୟକ୍ତି ସାମିଲ ହେଉଥିବାର ଦେଖିବାକୁ ମିଳୁଛି । ଲୋକମାନଙ୍କୁ ଏହି ନିଆରା ଥିମ୍ ବେଶ୍ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି ।