December 4, 2024

ବନ୍ଦ ହେଲା ହୀରାକୁଦର ୪ ଟି ଗେଟ

1 min read

ସମ୍ବଲପୁର : ହୀରାକୁଦ ଡ୍ୟାମର ୪ଟି ଗେଟ୍ ବନ୍ଦ ହୋଇଛି। ଏବେ ହୀରାକୁଦରୁ ମୋଟ୍ ୧୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବାମପାର୍ଶ୍ୱରେ ୯ଟି ଏବଂ ଡାହାଣ ପାର୍ଶ୍ୱରେ ୫ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୧୨.୭୧ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫୮ ହଜାର ୫୪୪ କ୍ୟୁସେକ ଜଳ ଏବଂ ନିଷ୍କାସିତ ହେଉଛି ୨ ଲକ୍ଷ ୫୦ ହଜାର ୫୨୨ କ୍ୟୁସେକ ଜଳ । ସେହିପରି ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି ୩. ଲକ୍ଷ ୭୩ ହଜାର ୩୪୨ ଘନଫୁଟ ଜଳ ।

ସୂଚନାଯୋଗ୍ୟ, ଗତ ୪ ତାରିଖ ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍‌ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା। ତାପରେ ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍‌ ଖୋଲାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଥିଲା I ଏନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *