October 25, 2024

ନୂଆ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ : ମନୋଜ ଆହୁଜା

1 min read

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ପହଂଚିଲେ ମନୋଜ ଆହୁଜା ଆଜି ଅବସର ନେଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତେବେ ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶିର୍ବାଦ କାମନା କରୁଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ମୁଁ ଜୀବନର ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଜଣେ ସାଧାରଣ ଲୋକ ଭାବେ ଯେପରି ରାଜ୍ୟର ହିତ ପାଇଁ ସହଯୋଗ କରିପାରିବି ସେଥିପାଇଁ ଆପଣଙ୍କ ଆଶିର୍ବାଦ କାମନା କରୁଛି । ପ୍ରଦୀପ କହିଛନ୍ତି, ମୁଁ ସର୍ବଦା ସୀମା ଭିତରେ ରହି ପ୍ରତ୍ୟେକଙ୍କୁ ପ୍ରତିଉତ୍ତର ଦେଇଛି ।

ଅନେକକଙ୍କ ପରି ମୋର କେହି ସହଯୋଗୀ କି ସଂସ୍ଥା ପ୍ରତିଉତ୍ତର ଦିଅନ୍ତି ନାହିଁ । ମୁଁ ନିଜେ ହିଁ ସବୁର ଉତ୍ତର ଦିଏ । ସରକାରଙ୍କ ସୀମା ଅତିକ୍ରମ କରିପାରିବି ନାହିଁ । ଏଥିପାଇଁ କେ୍ତେକ ପ୍ରସଙ୍ଗରେ ପ୍ରତିଉତ୍ତର ଦେଇପାରିନାହିଁ । ଏଥିପାଇଁ ମୋତେ କ୍ଷମା କରିବେ ବୋଲି କହିଛନ୍ତି

ନୂଆ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିପାରନ୍ତି । 1990 ବ୍ୟାଚର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ଏ ନେଇ G.A ବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ IAS ମନୋଜ ଆହୁଜା । ଗତ ମଙ୍ଗଳବାର ତାଙ୍କୁ ରିଲିଭ୍ କରିଥିଲା କେନ୍ଦ୍ର କ୍ୟାବିନେଟ। କେନ୍ଦ୍ରୀୟ ଡେପୁଟେସନରେ ଯାଇ ମନୋଜ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଦାୟିତ୍ବରେ ଥିଲେ। ଓଡ଼ିଶାରେ ନୂଆ ସରକାର ଗଠନ ହେବାପରେ ମନୋଜଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *