August 5, 2026

ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଭିଡ଼ ଭିତରେ ହତ୍ୟା ଘଟଣାରେ ବୁଧବାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ

1 min read

ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଭିଡ଼ ଭିତରେ ହତ୍ୟା ଘଟଣାରେ ବୁଧବାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଛି। ୧୧ଜଣଙ୍କ ବିରୋଧରେ ୭୬୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ପୂର୍ବରୁ ବାଲିଅନ୍ତା ଥାନା ପୁଲିସ ଗିରଫ କରିଥିବା ୯ ଜଣଙ୍କ ବିରୋଧରେ ପ୍ରମାଣ ମିଳି ନଥିବାରୁ ଚାର୍ଜସିଟ ଦାଖଲ ହୋଇନାହିଁ। ଗିରଫ ୨୦ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି।