August 5, 2026

ରେଭେନ୍ସା ବିଶ୍ବବିଦ୍ୟାଳୟ ମଧ୍ୟରେ ବଢିଲା କଳି

1 min read

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି। ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି। ଅନ୍ୟପଟେ ଏହି ଘଟଣାରେ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି କଟକ ସଦର ବିଧାୟକ ପ୍ରକାଶ ସେଠୀ। ଚିଫ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ‘ହଷ୍ଟେଲ ଛାତ୍ର ଧାରଣା ଦେବା ଶୁଣି ରେଭେନ୍ସାକୁ ଯାଇଥିଲି’ -‘ସିନେଟ ମେମ୍ବର ଭାବେ ବିଶ୍ୱବିଦ୍ୟାଳୟକୁ ଯାଇଥିଲି’, ମୁଁ ଚାହୁଁଥିଲି ଉଭୟ ପକ୍ଷ ବସି ସମାଧାନ ହେଉ ବୋଲି କହିଛନ୍ତି ପ୍ରକାଶ ସେଠୀ। ସେଠାରେ ତାଙ୍କୁ ଚିଫ ୱାର୍ଡେନ ଦୁର୍ବ୍ୟବହାର କରିଥିବା ଉଲ୍ଲେଖ’ ମଧ୍ୟ କରିଛନ୍ତି। ‘ଲୋକ ପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର କରିଥିବାରୁ ଆକ୍ସନ ଦାବି କରିଛନ୍ତି।

ରେଭେନ୍ସା ବିଶ୍ବବିଦ୍ୟାଳୟରେ ୱାର୍ଡେନ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ପଦଯାତ୍ରାରେ ଯାଇ ଭିସିଙ୍କୁ ୪ ଦଫା ଦାବିପତ୍ର ଦେଇଥିବା ଜଣାପଡ଼ିଛି। ୱାର୍ଡେନ ସଂଘ ଗତକାଲି ଭିସିଙ୍କୁ ଭେଟି ୱାର୍ଡେନମାନେ ଇସ୍ତଫା ଦେଇଥିଲେ। ଗତକାଲି ହଷ୍ଟେଲ ସମସ୍ୟା ନେଇ ବୈଠକ ଚାଲିଥିବା ବେଳେ ଚିଫ ୱାର୍ଡେନଙ୍କୁ ବିଧାୟକ ପ୍ରକାଶ ସେଠୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୱାର୍ଡେନ ସଂଘକୁ ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ସମର୍ଥନ କରିଛନ୍ତି।