May 25, 2026

ଗୁରୁବାର ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

1 min read

ବିଜାପୁର: ଛତିଶଗଡ଼ର ବିଜାପୁରରେ ଗୁରୁବାର ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀ ନିପାତ ହୋଇଥିବାବେଳେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ନିହତ ୨ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଜିଲାର ଗଙ୍ଗାଲୁର ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ଏସପି ଜିତେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି। ଗୁଳିବିନିମୟ ଜାରି ରହିଥିବା ଏସପି କହିଛନ୍ତି। ଘଟଣା ସ୍ଥଳରରୁ ସୁରକ୍ଷା ବାହିନୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରିଛନ୍ତି।