January 15, 2025

ଓଡ଼ିଶାରେ ସରକାରୀ ଜମି ଜବରଦଖଲ

1 min read

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଜମି ଜବରଦଖଲ କରି ହୋଇଥିବା କୋଠା ଉପରେ ଚାଲିବ ବୁଲଡୋଜର। ଜବରଦଖଲ ଜମିରେ ନିର୍ମିତ ଘର ତଥା ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ଭଙ୍ଗା ଯିବ। ରାଜ୍ୟରେ ବଡ଼ବଡ଼ିଆ ଜବରଦଖଲକାରୀଙ୍କୁ ଚେତାବନୀ ଦେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।

“ଆଗରୁ ଓଡ଼ିଶାରେ କେବଳ ଗରିବଙ୍କ ଘର ଭଙ୍ଗା ଯାଉଥିଲା, ହେଲେ ଏବେ ବଡ଼ବଡ଼ିଆ ଜବରଦଖଲକାରୀଙ୍କ ଘରେ ମଧ୍ୟ ବୁଲଡୋଜର ଚାଲିବ। ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହନ୍ତି। ବଡ଼ବଡଆ ଓ ପ୍ରଭାବଶାଳୀ ଜବରଦଖଲକାରୀଙ୍କ କବଜାରୁ ଆମେ ଜଙ୍ଗଲ ଜମି ଓ ସରକାରୀ ଜମିକୁ ମୁକ୍ତ କରିବୁ”, କହିଛନ୍ତି ସୁରେଶ ପୂଜାରୀ।
ଏହାପୂର୍ବରୁ ରାଜ୍ୟ ସରକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବସାଧାରଣ ଭିତ୍ତିଭୂମି ନିର୍ମାଣ ପାଇଁ ଜବରଦଖଲ ଜମିକୁ ମୁକ୍ତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ଜବରଦଖଲକାରୀଙ୍କ ବିରୋଧରେ ରାଜସ୍ୱ ମନ୍ତ୍ରୀଙ୍କ ବୟାନ ପରେ ଓଡ଼ିଶାରେ ମଧ୍ୟ ଉତ୍ତରପ୍ରଦେଶ ଭଳି ବୁଲଡୋଜର ମଡେଲ ଆସିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *