August 6, 2026

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

1 min read

ନୂଆଦିଲ୍ଲୀ: ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୧.୩୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ରୂପା କିଲୋପ୍ରତି ପ୍ରଥମ ଥର ପାଇଁ ୨ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ସୁଧ ହାର ହ୍ରାସ କରିବା ପରେ ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୂପାରେ ଏହି ବୃଦ୍ଧି ଦେଖିବାକୁ ମିଳିଛି।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଏହାର ସର୍ବକାଳୀନ ସର୍ବାଧିକ ଦରରେ ପହଞ୍ଚିଛି, ୧୨ ଡିସେମ୍ବରରେ ଏହାର ମୂଲ୍ୟ ୧.୦୬ ପ୍ରତିଶତ ବୃଦ୍ଧି ସହିତ ୧୩୯୯ ଟଙ୍କାରେ ପହଞ୍ଚିଛି । ଦିନର ଆରମ୍ଭରେ ଏହାର ଦର ପ୍ରତି ୧୦ ଗ୍ରାମ ୧,୩୩,୮୬୮ ଟଙ୍କା ଥିଲା । ବଜାର ଖୋଲିବା ସମୟରେ ଏହା ୧,୩୩,୯୬୭ ଟଙ୍କାରେ ପହଞ୍ଚିଥିଲା । ଏହା ସର୍ବକାଳୀନ ସର୍ବାଧିକ ଦର । ଗୁରୁବାରରେ ପ୍ରତି ଦଶଗ୍ରାମ ସୁନା ଦର ୧,୩୨,୪୬୯ ଟଙ୍କା ଥିଲା ।