May 4, 2026

ବାଲେଶ୍ବର ବଢୁଛି ଜିଞ୍ଜର କାରବାର

1 min read

ବାଲେଶ୍ୱର: ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ହରିହର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର -୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ପକ୍ଷରୁ ରବିବାର ସୋର ଅନନ୍ତପୁର ଥାନା ଅନ୍ତର୍ଗତ ସୋଲଗାଁ ଦୟାନିଧିପୁର, ଗୁଡ଼ ଏବଂ ବାଲିଚଂଦାଘାତ ଛକ ନିକଟରେ ଚଢ଼ାଉ କରାଯାଇଛି । ୪୦୫ ଲିଟର ଜିଞ୍ଜର ଓ ୩୦ ଲିଟର ଦେଶୀ ରନ୍ଧା ମଦ ସହ ୬ଟି ବାଇକ ଜବତ ହୋଇଛି । ଏଥିସହ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।