January 14, 2025

ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଇଲେକ୍ଟ୍ରିକ୍ ଡବଲ୍‌ ଡେକର ବସ୍‌ ସେବା

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବସର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ଡବଲ୍‌ ଡେକର ବସ୍‌ ସେବା ଆରମ୍ଭ କରାଯାଇଛି।

ମଙ୍ଗଳବାର ୫ଟି ଇଲେକ୍ଟ୍ରିକ୍ ଡବଲ ଡେକର ବସ୍‌ ସହିତ ୧୦ଟି ହପ୍‌ ଅନ୍‌ ହପ୍‌ ଅଫ୍‌ ବସ୍‌ର ଶୁଭାରମ୍ଭ କରାଯାଇଛି। ମୋ ବସ୍ ପରିଚାଳନା କରୁଥିବା ସଂସ୍ଥା କ୍ରୁଟ୍ ପକ୍ଷରୁ ଏହି ବସ୍ ଚାଲିବ।

ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସରେ ଆସିଥିବା ଅତିଥିଙ୍କ ପାଇଁ ଡବଲ ଡେକର ବସ୍ ସେବା ମିଳିବ। ପରେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଭୁବନେଶ୍ଵରରୁ ପୁରୀ ଓ କଟକ ମଧ୍ୟରେ ଏହି ବସ୍ ଚାଲିବ। ଏଥିରେ ପାଖାପାଖି ୬୪ଟି ସିଟ୍ ରହିଛି।

ଏହିସବୁ ଡବଲ ଡେକର ବସରେ ଓଡ଼ିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ବସ୍ ଆଗରେ କୋଣାର୍କ ଚକ ରହିଥିବାବେଳେ ଚାରିପଟେ ପୁରୀ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଭଳି ଚିତ୍ର ଅଙ୍କିତ ହୋଇଛି।

ଡବଲ୍‌ ଡେକର ବସ୍‌ ଉଦଘାଟନୀ ଅବସରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଭୁ‌ବନେଶ୍ଵର-ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଯୋଗ ଦେଇଥିଲେ।