ଦାନଗଦିରେ ‘ବିକାଶର ଧାରା, ଓଡ଼ିଶା ସାରା’; ୧୯୯ ଜଣଙ୍କୁ ଜମି ପଟ୍ଟା ବଣ୍ଟନ
1 min read
କଳିଙ୍ଗନଗର ୧୯/୦୬(ନି.ପ୍ର): ଯାଜପୁର ଜିଲ୍ଲା ଦାନଗଦି ବ୍ଲକରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ତାଙ୍କ ସହ ଦାନଗଦି ବିଡିଓ, ସ୍ଥାନୀୟ ଜନପ୍ରତିନିଧି ଓ ବିଜେପିର ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଜମି ନଥିବା କାରଣରୁ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ୧୯୯ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ସେହିପରି ୧୨୩ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ୪୫ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର ସୁବିଧା ମିଳିଥିଲା।
ଏହାବ୍ୟତୀତ ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ ଫୋନ ବଣ୍ଟନ କରାଯାଇଥିଲା। ଅର୍ଥପୂର୍ଣ୍ଣା ଯୋଜନା ଅଧୀନରେ ୫୦ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଦିବ୍ୟାଙ୍ଗ, ବୃଦ୍ଧ ଓ ବୃଦ୍ଧା ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ବିଷୟରେ ଆଲୋକପାତ କରି କହିଥିଲେ ଯେ, ସରକାର ଶେଷ ଧାଡ଼ିର ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ପ୍ରତିବଦ୍ଧ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ହିତାଧିକାରୀ ସିଧାସଳଖ ସରକାରୀ ସହାୟତା ପାଇଥିବାରୁ ସେମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା।
କଳିଙ୍ଗନଗର ରୁ ସୋନାଲୀ ପହି ଙ୍କ ରିପୋର୍ଟ ଦିନଲିପି


