Categories

February 8, 2026

ଚିନ୍ତା ବଢ଼ିଲା, ତେଲ ଦର ଆକାଶ ଛୁଆଁ ହେବା ଆଶଙ୍କା

1 min read

ତେହେରାନ୍: ଇରାନୀ ଗଣମାଧ୍ୟମ ସାଂସଦ ଇସମାଇଲ କୋସାରିଙ୍କ ମନ୍ତବ୍ୟ ଅନୁସାରେ କହିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ବିଷୟରେ ବିଚାର କରୁଛି। ଇରାନ ପୂର୍ବରୁ ଏହି ରାସ୍ତାକୁ ବନ୍ଦ କରିବାକୁ ଧମକ ଦେଇସାରିଛି। ଇସ୍ରାଏଲ ସହିତ ଉତ୍ତେଜନା ବୃଦ୍ଧି ପାଇଲେ ଇରାନ ଏହା କରିବ ବୋଲି ଅନୁମାନ କରାଯାଉଛି। ଏହି ପଦକ୍ଷେପ ତେଲ ମୂଲ୍ୟକୁ ଆକାଶଛୁଆଁ କରିବା ସହିତ ଏବଂ ଯୁଦ୍ଧ ବଢ଼ିବାର ଆଶଙ୍କା ସୃଷ୍ଟି କରିପାରେ। ଏହା ଏକ ରଣନୈତିକ ଜଳପଥ ଏବଂ ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।
ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଏହି ରାସ୍ତା ଦେଇ ପରିବହନ ହୋଇଥାଏ। ଏହା ଭାରତ ଏବଂ ଚୀନ୍ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ଏବଂ ଚୀନ୍ ତେଲ ତଥା ଗ୍ୟାସ୍ ଆମଦାନୀ ଏବଂ ରପ୍ତାନି ପାଇଁ ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକ ନିର୍ଭରଶୀଳ। ଇରାନ ଏହି ରାସ୍ତା ବନ୍ଦ କରିବା ଦ୍ୱାରା ଭାରତ ଏବଂ ଚୀନ୍‌ରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରୁଛନ୍ତି।
ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଭାରତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। କାରଣ ଭାରତର ୫୦ ପ୍ରତିଶତ ଏଲଏନଜି ଏବଂ ତୈଳ ଆମଦାନୀ ଏହି ରାସ୍ତା ଦେଇ ହୋଇଥାଏ। ରୁଷିଆ ସହିତ ଚୀନ୍ ମଧ୍ୟ ଏହି ରାସ୍ତା ଦେଇ ଇରାନରୁ ତେଲ ଆମଦାନୀ କରେ। ଏହା ବନ୍ଦ ହେବା ଦ୍ବାରା ଭାରତ ଏବଂ ଚୀନ୍ ସେମାନଙ୍କର ଆମଦାନୀ କରିବା ପାଇଁ ଅନ୍ୟ ଉପାୟ ଖୋଜିବାକୁ ପଡିବ, ଯାହା ଅନେକ ଗୁଣା ଅଧିକ ମହଙ୍ଗା ହୋଇପାରେ।