October 25, 2024

୬ ଦିନ ଆଗରୁ ସାରା ଭାରତକୁ ଛୁଇଁଲା ମୌସୁମୀ ବାୟୁ

1 min read

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ତାରିଖଠାରୁ ୬ ଦିନ ପୂର୍ବରୁ ସମଗ୍ର ଦେଶକୁ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ରାଜସ୍ଥାନ, ହରିୟାଣା ଓ ପଞ୍ଜାବର ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହୋଇଛି। ସାଧାରଣତଃ ଜୁଲାଇ ୮ ସୁଦ୍ଧା ମୌସୁମୀ ବାୟୁ ସମଗ୍ର ଭାରତକୁ ଛୁଇଁଥାଏ। ଏହା ତା’ର ୬ ଦିନ ପୂର୍ବରୁ ଜୁଲାଇ ୨ରେ ଏହା ସମଗ୍ର ଦେଶକୁ ଆସିସାରିଛି ବୋଲି ଆଇଏମ୍‌ଡି କହିଛି।
ମୌସୁମୀ ମେ ୩୦ ତାରିଖରେ କେରଳ ଓ ଉତ୍ତର-ପୂର୍ବାଞ୍ଚଳରେ ପହଞ୍ଚିଥିଲା। ଏହା ସ୍ୱାଭାବିକ ଭାବରେ ମହାରାଷ୍ଟ୍ର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲା, କିନ୍ତୁ ପରେ ଏହା ମନ୍ଥର ହୋଇଥିଲା। ଫଳରେ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲା। ଏହି ବିଳମ୍ବ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସୃଷ୍ଟି କରିଥିଲା। ଜୁନ୍ ୧୧ରୁ ଜୁନ୍ ୨୭ ମଧ୍ୟରେ ଦେଶରେ ୧୬ ଦିନ ସ୍ୱାଭାବିକଠାରୁ କମ୍ (୧୪୭.୨ ମିଲିମିଟର) ବର୍ଷା ହୋଇଥିଲା।

Leave a Reply

Your email address will not be published. Required fields are marked *