February 28, 2024

କୋକେନ୍ ଜବତ, ଜାହାଜରୁ ପଡି କ୍ରିୟୁ ମେମ୍ବର ଆହତ

1 min read

ପିଆଇସିଟି ବର୍ଥରେ କୋକେନ ଜବତ ହୋଇଛି, ଜାହାଜରୁ ପଡି କ୍ରିୟୁ ମେମ୍ବର ଆହତ। ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି।

ପାରାଦୀପ: ପିଆଇସିଟି ବର୍ଥରେ କୋକେନ ଜବତ ହୋଇଥିବା ଏମ ଭି ଦେବୀ ପାନ୍ନାମା ଜାହାଜ ର ଜଣେ କ୍ରିୟୁ ସଦସ୍ଯ ଜାହାଜ ରୁ ଗଳିପଡି ଗୁରୁତର ଆହତ ହୋଇଛନ୍ତି।

ବନ୍ଦର ର ଆଙ୍କରେଜ ଏରିଆରେ ଘଟିଛି ଏହି ଅଭାବନୀୟ ଘଟଣା। ଜାହାଜ ର କ୍ରିୟୁ ସଦସ୍ଯ ଙ୍କ ମୁହଁ ଓ ହାତରେ ଲାଗିଛି ଗଭୀର ଆଘାତ। ଜାହାଜ ରୁ ଗଳିପଡିବା ପରେ ଜାହାଜ ଫ୍ୟାନରେ ଆଘାତ ଲାଗିଥିବା ଅନୁମାନ କରାଯାଇଛି।ସେ ଭିଏତନାମର ନାଗରିକ ହୋଇଥିବାବେଳେ, ସେ ପ୍ରଥମେ ବନ୍ଦର ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଅନୁଯାଇ, ଡିସେମ୍ବର ୧ ତାରିଖରେ ଏହି ଜାହାଜ ଟି ସ୍ପେନ ରୁ ଇଣ୍ଡୋନେସିଆ ଦେଇ ପାରାଦ୍ୱୀପ ବନ୍ଦର କୁ ଆସିଥିଲା l ଜାହାଜ ଟି ପାରାଦ୍ୱୀପ ର ପିଆଇସିଟି ବର୍ଥ ରେ ଷ୍ଟିଲପ୍ଲେଟ ଲୋଡିଂ ଚାଲୁଥିବା ସମୟରେ ଜାହାଜ ରୁ ଜବତ ହୋଇଥିଳା ୨୨ କେଜି ଓଜନର ନିଷିଦ୍ଧ କୋକେନ l ମିଳିଥିଲା କୋକେନ ର ମୂଲ୍ୟ ୨୨୦ କୋଟି ଟଙ୍କା ହୋଇଥିବା ବେଳେ ଏ ନେଇ କଷ୍ଟମ୍ସ ବିଭାଗ ସହିତ ବିଭିନ୍ନ ବିଭାଗ ତରଫରୁ ତଦନ୍ତ କରାଯିବା ପରେ ଜବତ କୋକେନ କୁ କୋର୍ଟ ରେ ଦାଖଲ କରାଯିବା ସହିତ ଜାହାଜ ମୁକାଳିବାକୁ କୋର୍ଟ ରେ ପ୍ରକ୍ରିୟା ଆରମ୍ଭ ହୋଇଛି। କଷ୍ଟମ୍ସ ବିଭାଗ ପକ୍ଷରୁ ଜାହାଜ କୁ ଅଟକ ରଖାଯାଇଥିବା ବେଳେ ଜାହାଜ ସମସ୍ତ ୨୧ ଜଣ ସଦସ୍ଯ ମଧ୍ଯ ଅଟକ ଅଛନ୍ତି। ଜାହାଜ ର ଏହି ୨୧ ସଦସ୍ୟ ଙ୍କୁ କୋକେନ ଅଭିଯୁକ୍ତ ଭାବେ ତଦନ୍ତ ପରିସରଭୁକ୍ତ କରିଛି କଷ୍ଟମ୍ସ ବିଭାଗ। ତେଣୁ ଏମାନଙ୍କ ମଧ୍ଯରୁ ଜଣେ କ୍ରୁ ମେମ୍ବର ଆଙ୍କରେଜ ରେ ଜାହାଜ ରୁ ଖସି ଆହତ ହେବକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି l

ଅନ୍ୟ ପକ୍ଷରେ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଅଟକ ରହିବା ଦ୍ଵାରା ଜହାଜ କର୍ମଚାରୀ ମାନଙ୍କ ମାନସିକ ଅବସ୍ଥା ଭଲ ନାହିଁ।ସେମାନେ ଗୁରୁତର ମାନସିକ ଚାପରେ ଥିବାର ଅନୁମାନ କରାଯାଉଛି। ତେଣୁ ମାନସିକ ଭାରସାମ୍ୟ ହରାଇ ଉକ୍ତ କ୍ରିୟୁ ମେମ୍ବର ଖସି ଯିବାର ଉଦ୍ୟମ କରି ଜାହାଜରୁ ଡେଇଁ ପଡିଲା ଏବଂ ଜହାଜ ଫ୍ୟାନରେ ଆଘାତ ପାଇ ଗୁରୁତର ହୋଇଛନ୍ତି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *