July 27, 2024

ମକର ସଂକ୍ରାନ୍ତିରେ ଦୁର୍ଘଟଣା, ଗୁଡ଼ି ସୂତା ପାଇଁ କଟିଲା ବେକ ଓ ହାତ

1 min read

କଟକ : କଟକ ବାଲିକୁଦାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଡ଼ି ସୂତା ଲାଗି ୨ ଜଣ ଯୁବକ ଆହତ ହୋଇଛନ୍ତି । ଗୁଡ଼ି ସୂତା ଲାଗି କଟିଲା ଯୁବକଙ୍କ ବେକ ଓ ହାତ ।

ବାଇକରେ ନିଆଳିରୁ କଟକ ଆସୁଥିବା ବେଳେ ଲାଗି ଯାଇଥିଲା ଗୁଡି ସୂତା । ଜଣଙ୍କ ବେକ ଓ ଅନ୍ୟ ଜଣଙ୍କ ହାତରେ ଏହି ସୂତା ଲାଗିଥିଲା । ତୁରନ୍ତ ବାଇକ ଅଟକାଇ ଦେବାରୁ ଏକ ବଡ ବିପଦରୁ ବର୍ତ୍ତି ଯାଇଥିଲେ ଉଭୟ । ବେକରେ ଦାଗ ହୋଇଯିବା ସହିତ ହାତ କଟି ରକ୍ତ ସ୍ରାବ ହୋଇଛି ।

ମକର ସଂକ୍ରାନ୍ତି ଅବସରରେ କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଗୁଡ଼ି ଉଡିବା ଆରମ୍ଭ ହୋଇଛି । ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜା ସୂତାକୁ ପ୍ରଶାସନ ବାରଣ କରିଥିଲେ ମଧ୍ୟ କିଛି ଅମାନିଆ ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *