May 26, 2026

ସିଏନ୍‌ଜି ଦାମ୍‌ ୨ ଟଙ୍କା ବଢ଼ିଲା

1 min read

ନୂଆଦିଲ୍ଲୀ: ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ (ଆଇଜିଏଲ୍‌) ମଙ୍ଗଳବାର ସିଏନ୍‌ଜି ଦାମ୍‌ ୨ ଟଙ୍କା ବୃଦ୍ଧି କରିଛି। ଗତ ୧୫ ଦିନ ଭିତରେ ଏହା ଚତୁର୍ଥ ବୃଦ୍ଧି। ଗତ ଶନିବାର କମ୍ପାନି ସିଏନ୍‌ଜି ଦାମ୍‌ ୧ ଟଙ୍କା ବଢ଼ାଇଥିଲା। ଦାମ୍‌ ବାରମ୍ବାର ବଢ଼ାଇବା ଫଳରେ ସିଏନ୍‌ଜିରେ ଚାଲୁଥିବା ଗାଡ଼ିଗୁଡ଼ିକ ଭଡ଼ା ବଢ଼ାଇବା ଆଶଙ୍କା ରହିଛି। ଏହା ହେଲେ ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ଭୁବନେଶ୍ବରରେ ସିଏନ୍‌ଜି ଦର ଅପରିବର୍ତ୍ତିତ ରହିଛି।