April 21, 2025

ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା

1 min read

ବାରିପଦା : ଉଦଳା ଅନ୍ବେଷା ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ। ସୂଚନା ଅନୁସାରେ ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ ଥିବାବେଳେ ପରିବାର ଲୋକ ମମଧ୍ୟ ସେହି ବୈଠକକୁ ଆସିଥିଲେ। ଅପରାହ୍ନରେ ଝିଅ ସହ କଥା ହୋଇ ଘରକୁ ଫେରିଥିଲେ। ମାତ୍ର ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ଛାତ୍ରୀ ଜଣକ ଅନୁପସ୍ଥିତ ରହିଥିଲେ। ବହୁ ଖୋଜାଖୋଜି ପରେ ତୃତୀୟ ମହଲାରୁ ଝୁଲନ୍ତା ଅବସ୍ଥାରେ ଅନ୍ବେଷାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଜାରି ରଖିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ମୃତ ଛାତ୍ରୀଙ୍କ ବହିରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ସୂଚନା ମିଳିଛି। ସେପଟେ ଘଟଣା ଘଟିବା ବିଳମ୍ବିତ ରାତି ରେ ୧୭୦ ଅନ୍ତେବାସୀ ହଷ୍ଟେଲ ଛାଡିଦେଇଛନ୍ତି।