October 27, 2024

ଆଜି କ୍ୟାବିନେଟ ବୈଠକ: ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା

1 min read

ଭୁବନେଶ୍ବର: ରାଜ୍ୟରେ ନବଗଠିତ ବିଜେପି ସରକାରର ଦ୍ଵିତୀୟ କ୍ୟାବିନେଟ୍ ବୈଠକ ଆଜି (ବୁଧବାର) ଅନୁଷ୍ଠିତ । ଏହି ବୈଠକରେ ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇଚି । ସେହିପରି ଆସନ୍ତା ୨୨ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଏହି କ୍ୟାବିନେଟ ବୈଠକ ଖୁବ୍ ଗୁରୁତ୍ବପୂର୍ଣ୍ଣ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୧ଟା ୩୦ରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଲାଗି ବୈଠକରେ ବହୁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୨ ତାରିଖରେ ମୋହନ ସରକାର ଶପଥ ଗ୍ରହଣ ଦିନ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି, ରାଜ୍ୟରେ ସମୃଦ୍ଧ କୃଷକ ନୀତି ଅଧୀନରେ ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିର ବର୍ତ୍ତମାନର ସ୍ଥିତି ଏବଂ ଏହାକୁ କିପରି ସୁରୁଖୁରୁରେ କାର୍ଯ୍ୟକାରୀ କରାଯାଉଛି କିମ୍ବା କରାଯିବ, ସେନେଇ ବୈଠକରେ ଆଲୋଚନା ହେବ। ସେହିପରି ମୋହନ ସରକାର ନିଜର ୧୦୦ ଦିନିଆ କାର୍ଯ୍ୟଖସଡ଼ା ଉପରେ

Leave a Reply

Your email address will not be published. Required fields are marked *