July 27, 2024

ଭଞ୍ଜନଗରରେ ବିଜେଡିର ବରିଷ୍ଠ ନେତା କାର୍ତିକ ପାଣ୍ଡିଆନ

1 min read

କନ୍ଧମାଳ: ଭଞ୍ଜନଗରରେ ବିଜେଡିର ବରିଷ୍ଠ ନେତା କାର୍ତିକ ପାଣ୍ଡିଆନ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିଥିଲେ ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ବିକାଶ ବିରୋଧୀ ବୋଲି ମତବ୍ୟକ୍ତ କରିଥିଲେ | ଏବଂ ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବା ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ବନ୍ଦ କରିବାକୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ ଏତେ ଖରାରେ ମଧ୍ୟ ନବୀନ ବାବୁଙ୍କ ଜନ ସମର୍ଥନ ଏବଂ ବିଶାଳ ଜନସମୁଦ୍ର କୁ ସେ ବିରୋଧୀଙ୍କୁ ଆହ୍ୱାନ କରୁଛନ୍ତି ବୋଲି ପ୍ରକାଶ କରିଥିଲେ |
ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୬୦ କୋଟି ଟଙ୍କାର କାମ ଚାଲିଛି।ଜଗନ୍ନାଥ ମନ୍ଦିର, ମା ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ, ଧବଳେଶ୍ବର ମନ୍ଦିର ପାଇଁ ୧.୧୦ କୋଟି, ୧୨୦ଟି ମନ୍ଦିର, ମସ୍‌ଜିଦ, କମ୍ୟୁନିଟି ସେଣ୍ଟର ବିକାଶ ପାଇଁ ୫.୫୦ କୋଟି, ଋଷିକୂଲ୍ୟା ନଦୀର ନୂଆ ଗାଁ ଡିଷ୍ଟ୍ରିବ୍ୟୁଟାରି ପାଇଁ ୮୦ କୋଟି, ଢୋଲପିଟା ନଦୀଗର୍ଭ ଜଳାଶ୍ରୟ ପ୍ରକଳ୍ପ ପାଇଁ ୩୦.୬୦ କୋଟି, ଷୋଡକ ମାଇନର ଓ ସବ୍‌ ମାଇନର କେନାଲରେ କଂକ୍ରୀଟ ଲାଇନିଂ ପାଇଁ ୬ କୋଟି ଏବଂ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଲକ୍‌ର ୪୬ଟି ଗ୍ରାମପଞ୍ଚାୟତକୁ ମେଗା ପାଇପ ଜଳଯୋଗାଣ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ ।
ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଙ୍କ ମତରେ ଓଡିଆ ଅସ୍ମିତାର ପରିଚୟ ହେଉଛନ୍ତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ |ନବୀନ ପଟ୍ଟନାୟକ ଆଜି ମହାପ୍ରଭୁଙ୍କ ପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ସବୁ ଧର୍ମ ପୀଠର ରୂପାନ୍ତର କରିଛନ୍ତି। ଏ ହେଉଛି ଓଡିଶାର ଅସ୍ମିତାର ସୁରକ୍ଷା, ଆଉ କାହାର ଓଡିଆ ଅସ୍ମିତା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ |ଏକବିଁଶ ଶତାଦ୍ଦୀର ପରିଚୟ ହେଉଛି ବିକାଶ। ଓଡିଶାର ସର୍ବାଙ୍ଗୀନ ବିକାଶର ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ |ନବୀନ ବାବୁଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ରଥୀ ସାରଥୀ ଯଦି ଏକାଠି ହେବେ, ଉଭୟଙ୍କ ଉଦ୍ଦେଶ୍ୟ ଯଦି ଏକ ହେବ, ତେବେ ଓଡିଶାର ବିକାଶ ଶିଖର ଛୁଇଁବ।ନବୀନ ବାବୁଙ୍କ ସମୟରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ଓଡିଆ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ହେଲା, ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆରମ୍ଭ ହେଲା |ଓଡିଶାର ଭୌତ୍ତିକ, ସାଂସ୍କୃତିକ, ସାହିତ୍ୟିକ ବିକାଶ ପରେ, ଯୁବପୀଢିଙ୍କ ମାନସିକ ବିକାଶ ପାଇଁ 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ହୋଇଛି |

Leave a Reply

Your email address will not be published. Required fields are marked *