July 27, 2024

ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ବିଜେପିରେ ସାମିଲ : ବିଭିନ୍ନ ରାଜନୈତିକ ଦଳର ସଦସ୍ୟଏବଂ ଯୁବ ସମାଜସେବୀ

1 min read

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ସମେତ ବିଶିଷ୍ଟ ଯୁବ ସମାଜସେବୀ । ଖଣି, ପାଣି, ପ୍ରାକୃତିକ ସମ୍ପଦ ଭରପୁର ଓଡ଼ିଶାର ଯୁବକମାନେ ରୋଜଗାର ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ୨୫ବର୍ଷର ବିଜୁ ଜନତା ଦଳ ସରକାର ଚାକିରୀ ଓ ରୋଜଗାର ଯୋଗାଇ ଦେବାରେ ବିଫଳ ହୋଇଛି, ଏହା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ । ଏଥର ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ଯୁବସମାଜ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ସମାଜସେବୀ ରୁଦ୍ର ପ୍ରତାପ ମହାନ୍ତି, ନାଲଗୋହିରା ଗ୍ରାମ ପଂଚାୟତ ଅଲେଖ ବିଶ୍ୱାଳ, ସୁବ୍ରତ ମଲ୍ଲିକ, ପ୍ରକାଶ ବାରିକ, ଚାନ୍ଦବାଲି ଏନଏସିର ଲଲାଟେନ୍ଦୁ ରୟ, ଚିନ୍ମୟ କୁମାର ସାହୁ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *