ଶପଥ ନେବା ପୂର୍ବରୁ ନବୀନଙ୍କୁ ଭେଟିଲେ ଭାବି ମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ୱର: ଶପଥ ଗ୍ରହଣ ପୂର୍ବରୁ ନବୀନ ନିବାସରେ ପହଞ୍ଚିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି। ବରପୁତ୍ରଙ୍କୁ ମାଲ୍ୟାର୍ପଣ ପରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୋହନ। ଏହା ପରେ ମୋହନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ ଜଣାଇଲି। ନବୀନ ବାବୁ ସମାରୋହକୁ ଆସିବାକୁ ସମ୍ମତି ଜଣାଇଥିବା କହିଛନ୍ତି।
ଏହା ପୂର୍ବରୁବିଜପିର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଥିଲେ।