Categories

February 9, 2026

ଭାରତରେ ବ୍ୟାଙ୍କ ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଝଟ୍‌କା

1 min read

ଭୁବନେଶ୍ୱର: ଭାରତରେ ବ୍ୟାଙ୍କ ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଝଟ୍‌କା। ଆସନ୍ତା ମେ’ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇବା ହେବ ମହଙ୍ଗା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଇଣ୍ଟର୍‌ଚେଞ୍ଜ ଫି’ ବୃଦ୍ଧି ଘୋଷଣା କରିଛି।

ଆରବିଆଇର ନିଷ୍ପତ୍ତି ଅନୁସାରେ ମେ’ ୧ରୁ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ମାଗଣା ଟ୍ରାଞ୍ଜାକ୍‌ସନ ସୀମା ପରେ ଏହି ଶୁଳ୍କ ଲାଗୁ ହେବ। ପ୍ରତି ଟ୍ରାଞ୍ଜାକ୍‌ସନ ପିଛା ଅତିରିକ୍ତ ୨ ଟଙ୍କା ଦେବାକୁ ପଡ଼ିବ।

ପୂର୍ବରୁ ଏହି ଫି’ ୧୭ ଟଙ୍କା ରହିଥିଲାବେଳେ ଏବେ ଏଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ୧୯ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଅନ୍ୟ ବ୍ୟାଙ୍କର ଏଟିଏମ ଅଣ-ବିତ୍ତୀୟ ଟ୍ରାଞ୍ଜାକ୍‌ସନ ଯେପରି ବାଲାନ୍ସ ଚେକ୍‌ ପାଇଁ ଫି’କୁ ୧ ଟଙ୍କା ବଢ଼ାଯାଇଛି। ଏହି ଫି’ ଏବେ ୭ ଟଙ୍କାରେ ପହଞ୍ଚିଛି।