February 14, 2025

ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ହରିୟାଣାର ଡାକ୍ତରଖାନା

1 min read

ହରିୟାଣା: ଆୟୁଷ୍ମାନ ଭାରତକୁ ନେଇ କେନ୍ଦ୍ର ସରକାର ବଡ଼ ବଡ଼ କଥା କହୁଛନ୍ତି। କିନ୍ତୁ ବାସ୍ତବରେ ଏହି ଯୋଜନା କାର୍ଯ୍ୟକାରୀ କରିବାର ସରକାର କେତେ ଆଗ୍ରହୀ ତାହା ହରିୟାଣା ଚିତ୍ରରୁ ସ୍ପଷ୍ଟ ହୋଇଛି। କେନ୍ଦ୍ରର ଅବହେଳା ଯୋଗୁ ହରିୟାଣାର ୬୦୦ରୁ ଅଧିକ ଘରୋଇ ଡାକ୍ତରଖାନା ଆସନ୍ତା ଫେବୃୟାରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ଯୋଜନାରେ ସେବା ଯୋଗାଣ ବନ୍ଦ କରିବାକୁ ଯାଉଛନ୍ତି। ଭାରତୀୟ ଭେଷଜ ସଂଗଠନ(ଆଇଏମଏ)ର ହରିୟାଣା ଶାଖା ଏହି ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଡାକ୍ତରଖାନାଗୁଡ଼ିକର ପ୍ରାୟ ୪୦୦ କୋଟି ଟଙ୍କାର ବିଲ୍‌ ବକେୟା ରଖିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଆଇଏମଏ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ରାଜ୍ୟର ୧୩୦୦ ଡାକ୍ତରଖାନାରେ ଆୟୁଷ୍ମାନ ଭାରତ ଯୋଜନାରେ ସେବା ମିଳୁଛି। ସେଗୁଡ଼ିକ ମଧ୍ୟରୁ ୬୦୦ ହେଉଛି ଘରୋଇ ଡାକ୍ତରଖାନା। ୨୦୧୮ରେ ରାଜ୍ୟରେ ଯୋଜନା ଲାଗୁ ହେବା ପରେ ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ହେଲେ ସରକାର ଡାକ୍ତରଖାନାଗୁଡ଼ିକୁ ସେମାନଙ୍କ ପ୍ରାପ୍ୟ ଦେବାରେ ବିଳମ୍ବ କରୁଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।