July 27, 2024

ପୁଣି ତାତି ଫେରିବ: ଆଉ ୨୪ ଘଣ୍ଟା ପରେ ପାରଦ ଉପରମୁହାଁ, ମେ’୨୫ରେ ଲଘୁଚାପ

1 min read

ଭୁବନେଶ୍ୱର: ରାଜ୍ୟକୁ ପୁଣି ତାତି ଫେରିବ। ଆଉ ୨୪ ଘଣ୍ଟା ପରେ ପାରଦ ଉପରମୁହାଁ ହେବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାରଠାରୁ ଦିନର ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା ୧୮ ତାରିଖରୁ ରାଜ୍ୟବାସୀ ପୁଣି ଗରମରେ ଛଟପଟ ହେବେ । ଉଭୟ ଦକ୍ଷିଣ-ପଶ୍ଚିମ, ଦକ୍ଷିଣ, ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ବାୟୁମଣ୍ଡଳରୁ ନିମ୍ନ ଭାଗରେ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି । ତେବେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ହିଟୱେଭ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।

ମେ’ ୧୬ରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିରେ ଗ୍ରୀଷ୍ମ ଲହରୀ ଦେଖାଦେଇପାରେ । ସେହିପରି ୧୯ ତାରିଖରେ ନୂଆପଡ଼ା, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ରହିଲେ ବି ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଗତ କିଛିଦିନ ଧରି ରାଜ୍ୟରେ ସାମାନ୍ୟ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ଘଟିଥିଲା । ଫଳରେ ଜନସାଧାରଣ ଅସହ୍ୟ ଗରମରୁ ରକ୍ଷା ପାଇପାରିଥିଲେ ।

Leave a Reply

Your email address will not be published. Required fields are marked *