April 27, 2026

ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର

1 min read

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିଛି। ରାଜ୍ୟସଭା ତାଙ୍କୁ ବିଜେପିରେ ଯୋଗଦେବା ପାଇଁ ଅନୁମତି ପ୍ରଦାନ କରିଛି। ରାଘବଙ୍କ ସମେତ ଅନ୍ୟ ୭ ଜଣ ବିଦ୍ରୋହୀ ଆପ ସାଂସଦଙ୍କୁ ବିଜେପିରେ ଯୋଗଦେବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ରାଜ୍ୟସଭା ସଚିବାଳୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଏକ ବିଜ୍ଞପ୍ତି ଜାରି କରିଛି। ଏହା ଦ୍ୱାରା ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୧୧୩ ହୋଇଛି। ଅର୍ଥାତ୍ ରାଜ୍ୟସଭାରେ ଆପର କୋଟା ୭ ଆସନ ହ୍ରାସ ପାଇଛି। ଯାହା ଦଳ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ଏକ ବଡ଼ ଝଟକା। ନିକଟରେ ଆପ୍‌ ଛାଡିଥିବା ୭ ସାଂସଦ ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ,ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା ଏବଂ ଡକ୍ଟର ବିକ୍ରମଜିତ୍‌ ସିଂ ସାହାଣୀଙ୍କ ନାଁ ତାଲିକାରେ ରହିଛି।