January 15, 2025

ଏମ୍ସର ଡାକ୍ତରଙ୍କ ଆନ୍ଦୋଳନ

1 min read

ଭୁବନେଶ୍ୱର : କଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସିନିୟର୍ ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ ଓ ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ, ସଠିକ୍ ତଦନ୍ତ ଓ ଡାକ୍ତରଙ୍କୁ ସୁରକ୍ଷା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି।

ମୁଣ୍ଡରେ ଧଳା ପଟି, ହାତରେ କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନ କରୁଛନ୍ତି ଡାକ୍ତର। ଜରୁରୀକାଳୀନ ସେବାକୁ ଛାଡ଼ି ଓପିଡି,ଆଇପିଡି, ଓଟି କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି ଡାକ୍ତର। ଯାହାକୁ ନେଇ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। କେବଳ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ରୋଗୀ ସେବାରେ ନିୟୋଜିତ ଅଛନ୍ତି।

ସୂଚନାନୁସାରେ,ଗତ ଗୁରୁବାର କୋଲକତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନିଂ ଡାକ୍ତରଙ୍କୁ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ଦୁଷ୍କର୍ମ ପରେ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା। ମୃତ ଡାକ୍ତର ଜଣଙ୍କ କଲେଜ ସେମିନାର ହଲରେ ଅଚେତ ଅବସ୍ଥାରେ ମିଳିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହି ମାମଲାରେ ଖୋଳତାଡ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଜଣେ ସ୍ବେଚ୍ଛାସେବୀଙ୍କୁ ଗିରଫ କରିଛି।

ଘଟଣାରେ କଲକାତା ପୁଲିସ ତଦନ୍ତ କରି ଅଗଷ୍ଟ ୯ତାରିଖ ଦିନ ସିସିଟିଭି ଫୁଟେଜ ଆଧାରରେ ମେଡିକାଲ କଲେଜର ଜଣେ କର୍ମଚାରୀ ସଞ୍ଜୟ ରାୟକୁ ଗିରଫ କରିଛି। ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି କଲକାତା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ ଘଟଣା ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବା ଲାଗି ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *