ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା
1 min read
ନୂଆଦିଲ୍ଲୀ: ଆରମ୍ଭ ହେଲା ଅମରନାଥ ଯାତ୍ରା। ପ୍ରଥମ ବ୍ୟାଚ୍ ଜମ୍ମୁ କାଶ୍ମୀର ବାଲାତାଲ୍ ବେସ୍ କ୍ୟାମ୍ପରୁ ବାହାରିଲେ ୪ ହଜାର ତୀର୍ଥଯାତ୍ରୀ। ୫୨ ଦିନିଆ ଅମରନାଥ ଯାତ୍ରା ପାଇଁ ଚଳିତବର୍ଷ ରେଜିଷ୍ଟ୍ରେସନ କରିଛନ୍ତି ମୋଟ୍ ସାଢେ ୩ ଲକ୍ଷ ତୀର୍ଥଯାତ୍ରୀ। ଧାର୍ମିକ ଭାବାବେଗ ସହ କିଏ ପାହାଡ ଚଢି ବାବାଙ୍କୁ ଦର୍ଶନ କରିବାକୁ ଯାଉଛି ତ ଆଉ କିଏ ଘୋଡା ପିଠିରେ ଯାତ୍ରା କରୁଛି। ଦୁଇଟି ରାସ୍ତା ଦେଇ ଶ୍ରଦ୍ଧାଳୁମାନେ ଅମରନାଥଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି। ବଡତାଲ ରାସ୍ତା ୧୪ କିଲୋମିଟର ହୋଇଥିବାବେଳେ ପହଲଗାମ ରାସ୍ତା ୪୮ କିଲୋମିଟର ରହିଛି। ବାବା ଅମରନାଥ ଭକ୍ତ ମାନଙ୍କୁ ଦୁଇ ମାସ ଧରି ଦର୍ଶନ ଦେଇଥାନ୍ତି। ଆଜିଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ ଏହା ଅଗଷ୍ଟ ୧୯ ତାରିଖରେ ଶେଷ ହେବ। ଅମରନାଥ ଯାତ୍ରା ପାଇଁ ଭକ୍ତ ମାନଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।