July 27, 2024

୮ ଜଣ ପ୍ରାର୍ଥୀଙ୍କ ନାଁରେ ସାଂଘାତିକ ଅଭିଯୋଗ

1 min read

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୮ ଜଣ ପ୍ରାର୍ଥୀଙ୍କ ନାଁରେ ସାଂଘାତିକ ଅଭିଯୋଗ: କ’ଣ କହୁଛି ADR ରିପୋର୍ଟ? ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ନେଇ ଆସିଛି ସାଂଘାତିକ ରିପୋର୍ଟ । ଏଡିଆର ରିପୋର୍ଟରୁ ଅନେକ ପ୍ରାର୍ଥୀଙ୍କ ବିଷୟରେ ସଙ୍ଗୀନ ଅଭିଯୋଗ ରେକର୍ଡ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରାର୍ଥୀଙ୍କ ବିଷୟରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ୪୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ଜାଣିବାକୁ ମିଳିଛି ।

ଏହି ତାଲିକାରେ ବିଜେପିର ୫ଜଣ ଲୋକସଭା ପ୍ରାର୍ଥୀ ଥିବା ବେଳେ ୪ ଜଣଙ୍କ ନାଁରେ ଅପରାଧିକ ମାମଲା ରେକର୍ଡ କରାଯାଇଛି । ସେହିପରି ଜଣଙ୍କ ନାଁରେ ସାଂଘାତିକ ମାମଲା ରେକର୍ଡ କରାଯାଇଛି । ସଙ୍ଗୀତା ସିଂହଦେଓଙ୍କ ନାମରେ ୬୭ କୋଟିରୁ ଅଧିକ ସମ୍ପତ୍ତି ଥିବା କହିଛି ଏଡିଆର ରିପୋର୍ଟ । ସେହିପରି ଜୁଏଲ ଓରାମଙ୍କ ପାଖରେ ମଧ୍ୟ ୮ କୋଟିରୁ ଅଧିକ ସମ୍ପତ୍ତି ଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *