ପେଟ୍ରୋଲ ପମ୍ପ ନିକଟରେ ଗତକାଲି ରାତିରେ ଦୁର୍ଘଟଣାଗ୍ରସ୍ତ
1 min read
ଘୁ.ଉଦୟଗିରି : କନ୍ଧମାଳଜିଲ୍ଲାବାଲିଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବ୍ଲୁ ବେଲୁନ ନାମକ ଏକ ଯାତ୍ରୀବାହୀ ବସ୍ ସ୍ଥାନୀୟ ସହରର ମୁଖ୍ୟ ସଡକର ନାୟାର ପେଟ୍ରୋଲ ପମ୍ପ ନିକଟରେ ଗତକାଲି ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବିରାଟ ଦୁର୍ଘଟଣା ରୁ ବର୍ତ୍ତି ଯାଇଛନ୍ତି ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ।
ଯାତ୍ରୀବାହୀ ବସ୍ଟି ବାଲିଗୁଡା ରୁ ଭୁବନେଶ୍ୱର ଯାଉଥିବା ବେଳେ ନାୟାର ପେଟ୍ରୋଲ ପମ୍ପ ନିକଟରେ ଗାଡ଼ିର କିଛି ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। କ୍ଷୀପ୍ର ଗତିରେ ଆସୁଥିବା ଗାଡ଼ିକୁ ଡ୍ରାଇଭର ରାସ୍ତାକଡ଼କୁ ନେଉଥିବା ବେଳେ ରାସ୍ତାପାର୍ଶ୍ୱରେ ଥିବା ଏକ ପାଣି ଯାଇଥିବା ପାଇପ୍ ଲାଇନ୍ ସ୍ଥାନରେ ଗୋଟାଏ ପାର୍ଶ୍ୱ ଦବି ଯାଇଥିଲା। ଯାହା ଦ୍ୱାରା ଗାଡ଼ିଟି ସମ୍ପୂର୍ଣ ଢଳି ପଡ଼ିରହିଥିଲା।
ସଙ୍ଗେ ସଙ୍ଗେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ସେଠାରୁ ଓହ୍ଲାଇ ରାତିରେ ଅନ୍ୟ ବସ୍ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇ ଥିବାର ସୂଚନା ମିଳିଛି।ରାସ୍ତା ପାର୍ଶ୍ୱରେ ପାଣି ପାଇପ୍ ଲାଇନ୍ ହେଉ କିମ୍ବା କେବୁଲ ଲାଇନ୍ ନେବାବେଳେ ଆବଶ୍ୟକୀୟ ମାଟି ଭର୍ତ୍ତି କରିଥିଲେ ଏପରି ଦୁର୍ଘଟଣା ହୋଇ ପାରନ୍ତା ନାହିଁ।


