April 20, 2026

ଏସସିବି ମେଡିକାଲ ରୋଗୀଙ୍କୁ ଦୁର୍ବ୍ୟବହାର କରି ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ।

1 min read

କଟକ : ଏସସିବି ମେଡିକାଲ ମେଡିସିନ ବିଭାଗ ତୃତୀୟ ମହଲାରେ ରୋଗୀଙ୍କୁ ଦୁର୍ବ୍ୟବହାର କରି ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ। କିନ୍ତୁ ଯୁବକଜଣକୁ ପୁଲିସ ଜିମା ଦେବା ଆଗରୁ କୌଶଳ କ୍ରମେ ଖସି ଯାଇଛନ୍ତି ଯୁବକ।

ଯୁବକ ଜଣକ ହେଲେ ଜଗତପୁର ନିମପୁର ବସ୍ତି ସୁଇପର ସାହିର ଯୋଗୀ ନାଏକଙ୍କ ପୁଅ କାହ୍ନା ନାଏକ। ଯୁବକ ଜଣକ ପୂର୍ବରୁ ଦଲାଲି,ମୋବାଇଲ ଚୋରି,ପକେଟମାର କାମ କରିବାରେ ଆଗରୁ ଅନେକ ଥର ଧରା ପଡ଼ିଛନ୍ତି। ଘଟଣା ଅନୁସାରେ ଯୁବକ ଜଣକ କିଛିଦିନ ପୂର୍ବେ ମେଡିସିନ ବିଭାଗ ତିନି ମହଲାରେ ଜଣେ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର କରୁଥିଲେ। ଏହି ସମୟରେ ଧରାପଡି ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ନିର୍ଦ୍ଧୁମ ଛେଚା ଖାଇଥିଲେ। କିନ୍ତୁ ପରେ ମେଡିକାଲ ଷ୍ଟାଫଙ୍କ ସହାୟତାରେ ସେଠାରୁ ଖସି ପଳାଇଥିବା ଅଭିଯୋଗ ହୋଇଛି।
ଖବରକୁ ପ୍ରଶାସନ ଚପାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। କାରଣ ଗତ କିଛିଦିନ ତଳେ ଟ୍ରୋମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ପ୍ରଶାସନ ବିବାଦ ଘେରରେ ଅଛି। ଏଭଳି ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଲେ ପ୍ରଶାସନର ପାରିବା ପଣିଆ ପଦାରେ ପଡ଼ିବ। ମେଡିକାଲର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି। ଫଳରେ ରୋଗୀଙ୍କ ଠାରୁ ଆରମ୍ଭ କରି ରୋଗୀଙ୍କ ସମ୍ପର୍କୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏଭଳି ସ୍ପର୍ଶକାତର ଘଟଣା ଉପରୁ ତୁରନ୍ତ ପରଦା ହଟାଇ ସମ୍ପୃକ୍ତ ଯୁବକ ଓ ମେଡିକାଲ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଦାବି ଜୋର ଧରିଛି।