ବେଲଗୁଣ୍ଠା କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
1 min read
ବେଲଗୁଣ୍ଠା: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଇଲ୍ଲାସ ସ୍ୱାଇଁ(୬୦)।
ମିଳିଥିବା ସୂଚନା ମୁତାବକ ଭଞ୍ଜନଗର ପୋଷ୍ଟ ଅଫିସରେ କାର୍ଯ୍ୟରତ ଜନୈକ କର୍ମଚାରୀ କାର ଯୋଗେ ଆସିକାରୁ ରାତି ପ୍ରାୟ ୮ଟାରେ ଭଞ୍ଜନଗର ଅଭିମୁଖେ ଯାଉଥିଲେ। ସେତିକିବେଳେ ଇନ୍ଦନପୁର ଛକ ନିକଟରେ ଇଲ୍ଲାସ ସ୍ୱାଇଁ ରାସ୍ତା ପାର ହେଉଥିବା ବେଳେ କାର ସମ୍ମୁଖକୁ ଚାଲି ଆସିଥିଲେ। ଫଳରେ କାର ଧକ୍କାରେ ଇଲ୍ଲାସ ଛିଟିକି ପଡ଼ି ଗୁରୁତର ହୋଇଥିଲେ।
କାର୍ ଚାଳକ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇଲାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।


