July 27, 2024

ଆଜି ସଖାଳୁ ଦେଖିବାକୁ ମିଳିଥିଲା ପରିବର୍ତ୍ତିତ ପାଣିପାଗ

1 min read

ଭୁବନେଶ୍ୱର : ରାଜ୍ୟରେ ସକାଳୁ କାଳବୈଶାଖୀ ବର୍ଷା ଗତ କାଲିଠାରୁ ବଦଳିଛି ପାଣିପାଗର ମିଜାଜ କାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଛି କାଳବୈଶାଖୀ | ସୋମବାର ସନ୍ଧ୍ୟାରେ ଅଧଘଣ୍ଟାର ଝଡ଼ ତୋଫାନ ସହ ବର୍ଷା ମାଡ଼ରେ ରାଜଧାନୀର ଅଧା ଅଞ୍ଚଳରେ ତାଣ୍ଡବ ରଚିଥିଲା କାଳବୈଶାଖୀ | ସେହିପରି ଆଜି ୭ ତାରିଖ ସକାଳୁ ସକାଳୁ ଟ୍ୱିନ ସିଟିରେ ପାଗ ମେଘୁଆ ହେବା ସହିତ ଘଡଘଡି ଆରମ୍ଭ ହୋଇ ଯାଇଥିଲା |ଏହାର କିଛି ସମୟ ପରେ ମଧ୍ୟମ ଧରଣର ବର୍ଷା ହୋଇଛି। ରାଜ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୬ ଜିଲାକୁ ଅରେଞ୍ଜ ଓ ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ସେହି ଜିଲାଗୁଡିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବା ଆଶଙ୍କା କରାଯାଉଛି ।

ଅନ୍ୟପଟେ ଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି | ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି | ଉତ୍ତର ଉପକୂଳ ଓଡିଶା ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ରହିବ | ଫଳରେ ସମୁଦ୍ର ଅଶାନ୍ତ ଯୋଗୁଁ ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଯିବାପାଇଁ ବାରଣ କରାଯାଇଛି |

Leave a Reply

Your email address will not be published. Required fields are marked *