ସହକର୍ମୀଙ୍କ ଗରମ ପାଣି ମାଡ଼ରେ ଅଗ୍ନିଶମ କର୍ମଚାରୀ ଗୁରୁତର
1 min read
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଷ୍ମନ୍ତ କୁମାର ଦେହୁରୀଙ୍କ ଉପରେ ଅନ୍ୟ ଜଣେ ସହକର୍ମୀ ଫୁଟୁଥିବା ଗରମ ପାଣି ଢାଳିଦେବାରୁ ସେ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍ମନ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ରବିବାର ବିଳମ୍ବରେ କାର୍ଯ୍ୟାଳୟକୁ ଆସିବାରୁ ଡ୍ୟୁଟିରେ ଥିବା ସହକର୍ମୀ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ ସହକର୍ମୀ ଫୁଟୁଥିବା ଗରମ ପାଣି ଦୁଷ୍ମନ୍ତଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଫଳରେ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ ଦୁଷ୍ମ ଦେହୁରୀ।
ଘଟଣା ରାତି ଘଟିଥିବାରୁ ସହକାର୍ମୀମାନେ ଦୁଷ୍ମନ୍ତଙ୍କୁ ସୋମବାର ସକାଳେ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ପିଆରଏମ ହସ୍ପିଟାଲ ଓ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।